ପୁରୀ : ଗୁରୁବାର ପୂର୍ବାହ୍ନ ପ୍ରାୟ ଦଶଟା ସମୟରେ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ଥିବା ବେଳେ କେତେକ ଶ୍ରଦ୍ଧାଳୁ କୋଇଲି ବୈକୁଣ୍ଠକୁ ଯାଇଥିଲେ। ଏହି ସମୟରେ ସେଠାରେ କେତେକ ମାଙ୍କଡ଼ ତିନି ଜଣ ଭକ୍ତଙ୍କୁ କାମୁଡ଼ି ଦେଇଥିଲେ। ଚନ୍ଦନେଶ୍ବର ଅଞ୍ଚଳର ବିସ୍ମିତା ବେହେରା(୨୩), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସୁରେନ୍ଦ୍ର ନାରାୟଣ ସାହୁ(୬୭) ଓ ରିନା ସାହୁ(୪୧) ମାଙ୍କଡ଼ କାମୁଡ଼ାରେ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।