ପିକଅପ୍ ଭ୍ୟାନରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର: କୋରାପୁଟ ଜିଲ୍ଲାର ଦୋରାଗୁଡ଼ା ଛକରୁ ଏକ ପିକଅପ୍ ଭ୍ୟାନରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯା୍ୟୀ, କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ପୁଲିସ କୌଣସି ସୂତ୍ରରୁ ଏକ ପିକଅପ୍ ଭ୍ୟାନ୍ (ଓଡି ୧୦ କେ ୭୭୭୯)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା। ଏହାପରେ ଡିଏସପି ଅଂଶୁମାନ ଦ୍ବିବେଦୀଙ୍କ ନିର୍ଦେଶରେ ଉକ୍ତ ପିକଅପ୍ ଭ୍ୟାନ୍କୁ ଜବତ କରାଯାଇଥିଲା। ସେଥିରୁ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁରର ଅର୍ଜୁନ ମାଚା, ଝାଡ଼ିଆଗୁଡାର ମହେନ୍ଦ୍ର ବାଗ ଏବଂ ଜୟପୁରର ଖପତି ବାଲିପୁଟିଆ। ଏହି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବୈପାରିଗୁଡ଼ା ଥାନାରେ ଏନଡିପିଏସ୍ ଆଇନ୍ ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ଅଧିକ ତଦନ୍ତ କରୁଛି ବୈପାରିଗୁଡ଼ା ଥାନା ପୁଲିସ।

ସମ୍ବନ୍ଧିତ ଖବର