କେନ୍ଦୁଝର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣାରେ ବୁଧବାର ପୁଲିସ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଟାଉନ ଥାନା ମାଧପୁରର ସନ୍ତୋଷ କୁମାର ନାଏକ (୨୪), ଦୀପକ ତରେଇ (୨୩) ଓ ଭୁଲାଦାର ସାହିର ଶିବାନନ୍ଦ ଦେହୁରୀ (୨୫)। ଘଟଣାରେ ବ୍ୟବହୃତ ବୋଲେରୋ (ଓଡି-୦୨ଏଜି-୭୯୮୬)କୁ ମଧ୍ୟ ପୁଲିସ ଜବତ କରିଛି। ପୂର୍ବରୁ ଏହି ଘଟଣାରେ ମାଧପୁରର ସଂଜୟ ମହାନ୍ତି (୨୬)କୁ ପୁଲିସ ଗିରଫ କରିଥିଲା। ସଂଜୟ କେନ୍ଦୁଝର ବିଜେପି ଯୁବ ମୋର୍ଚ୍ଚାର ସଂପାଦକ ଅଛନ୍ତି। ଏହି ଘଟଣାରେ ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
୧୭ ତାରିଖ ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ବରରୁ କେନ୍ଦୁଝରକୁ ଆସୁଥିବା ବେଳେ ସହରର କାଶୀପୁର ନିକଟରେ ଏକ ବୋଲେରୋରେ କିଛି ମଦ୍ୟପ ଯୁବକ ଶ୍ରୀ ପଟ୍ଟନାୟକଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କ ଗାଡ଼ିକୁ ଆକ୍ରମଣ କରିବା ସହିତ ସୁରକ୍ଷାକର୍ମୀ ରାଜେଶ ସିଂଙ୍କୁ ଆକ୍ରମଣ କରିଥିଲେ। ଏଥିନେଇ ଶ୍ରୀ ସିଂ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣାରେ ସଂପୃକ୍ତ ସଂଜୟ ମହାନ୍ତିକୁ ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ସନ୍ତୋଷ, ଦୀପକ ଓ ଶିବାନନ୍ଦକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bolero-seized.jpg)