ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ  ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର  ଓ ଓଏସଏଲର  ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି। ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏଯାବତ୍ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବର କରୁଥିବା ମାମାଲ ରୁଜୁ କରିଛି ସିବିଆଇ। ସରୋଜ ନିୟମିତ ଭାବେ ଲାଞ୍ଚ ନେଇ ପୋର୍ଟ କାର୍ଗୋ ଅପରେଟ କରୁଥିବା ଓ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିଲେ। ଏନେଇ ଅଭିଯୋଗ ହୋଇଛି। ଅନଲୋଡିଂ କଲାବେଳେ ଓଏସଏଲର ପାରାଦୀପ ପୋର୍ଟର କନଭେୟର ବେଲ୍ଟକୁ କ୍ଷତି ହୋଇଥିଲା। ଏହାର ମରାମତି  ବ୍ୟୟବହୁଳ ଥିଲା। ମରାମତି ପାଇଁ ପାରାଦୀପ ପୋର୍ଟର ସରୋଜ ଦାସ ଦୁଇ ମଧ୍ୟସ୍ଥିଙ୍କ ଜରିଆରେ ୬୦ ଲକ୍ଷ ଟଙ୍କା ମାଗିଥିଲେ। ଏହି ବାବଦରେ ୬୦ ଲକ୍ଷ ଟଙ୍କା ସରୋଜ ଦାସ ଓଏସଏଲକୁ ସୁମନ୍ତଙ୍କ ଜରିଆରେ ମାଗିଥିଲେ।

ସୁମନ୍ତ କଟକରୁ ୨୫ ଲକ୍ଷ ଟଙ୍କା ନେଇ ସରୋଜ ଦାସଙ୍କୁ ଦେବାକୁ ଆଣିଥିଲା ଓ ସେଥିରୁ ନିଜ ପାଖରେ ୧୦ ଲକ୍ଷ ଟଙ୍କା ରଖିଥିଲେ। ଏହି ୧୦ ଲକ୍ଷ ଏକ ରିଅଲ ଇଷ୍ଟେଟ ପାଇଁ ଆଣିଥିଲା। ଏହି ଟଙ୍କାରେ ଭୁବନେଶ୍ଵରରେ ଏକ ଫ୍ଲାଟ୍ ସରୋଜ ଦାସଙ୍କ ପାଇଁ ବୁକ୍ ହୋଇଥିଲା।

ସୁମନ୍ତକୁ ଧରିବା ପରେ ତା ପାଖରୁ ୫ ଲକ୍ଷ ଲାଞ୍ଚ ଟଙ୍କା ଜବତ କରିଥିଲା । ପରେ ଯାଞ୍ଚ ବେଳେ ଅଧିକ ୧୮ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା । ଯାଞ୍ଚ ସମୟରେ ୨୦ ଲକ୍ଷ ୨୫ ହଜାର ଟଙ୍କା, ଜୁଏଲାରି ଓ ଇନଭେଷ୍ଟମେଣ୍ଟ କାଗଜ ଜବତ କରିଥିଲା ସିବିଆଇ। ସେହିପରି ଓଏସଏଲର  ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁଙ୍କଠାରୁ ୪୧ ଲକ୍ଷ ଟଙ୍କା ଜବତ କରିଛି ସିବିଆଇ

ସମ୍ବନ୍ଧିତ ଖବର