ବନ୍ଧୁକ ମୁନରେ ଇଞ୍ଜିନିୟରଙ୍କୁ ଅପହରଣ : କମ୍ପାନିର ପୂର୍ବତନ କର୍ମଚାରୀ ସମେତ ୩ ଗିରଫ, ୧୧ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍

ଛତ୍ରପୁର : ଇଣ୍ଟରନ୍ୟାସନାଲ ସି ପୋର୍ଟ ଡ୍ରେଜି˚ ପ୍ରାଇଭେଟ୍‌ ଲିମିଟେଡ୍‌ (ଆଇଏସ୍‌ଡିଏଲ୍‌) କମ୍ପାନୀର ପ୍ରୋଜେକ୍ଟ ଇଞ୍ଜିନୟର ପଙ୍କଜ କୁମାର କୁଲେରିଆଙ୍କୁ ବନ୍ଧୁକ ‌ଦେଖାଇ ଅପହରଣ ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଏହି ଅପହରଣ ଯୋଜନାରେ ୬ ଜଣ ସଂପୃକ୍ତ ଥିବା ବେଳେ ସେମାନଙ୍କ ଭିତରୁ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫମାନେ ହେଲେ କମ୍ପାନିର ପୂର୍ବତନ କର୍ମଚାରୀ ତଥା ବ୍ରହ୍ମପୁର ଗୋଇଲୁଣ୍ତିର ରାଘବ ସ୍ବାଇଁ, ଆସିକା ରୋଡ୍‌ ଧାନ‌େମରା ସାହିର ଅମିତ୍‌ ମୁଖୀ ଏବ˚ ହରିଡାଖଣ୍ତି ଶାସ୍ତ୍ରୀ ନଗରର ରାକେଶ ପାଣିଗ୍ରାହୀ। ସେମାନଙ୍କ ଠାରୁ ୧ ଲକ୍ଷ ୧୮ ହଜାର ଟଙ୍କା, ୩ଟି ମୋବାଇଲ, ୨ଟି ବାଇକ୍‌, ଏଟିଏମ୍‌ କାର୍ଡ ଏବ˚ ଗୋଟିଏ ଖେଳନା ବନ୍ଧୁକ ଜବତ କରାଯାଇଥିବା ନେଇ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି।

ଆଇଏସ୍‌ଡିଏଲ୍‌ କମ୍ପାନୀର ପ୍ରୋଜେକ୍ଟ ଇଂଜିନିୟର ପଙ୍କଜ କୁମାର ଗତ ୧୫ ତାରିଖ ରାତି ୮ ଟା ୨୦ ମିନିଟ୍‌ ସମୟରେ ଗୋପାଳପୁର ପୋର୍ଟ ଠାରୁ ଗୋପାଳପୁରକୁ ଅଫିସ ଗାଡିରେ ଯାଉଥିଲେ । ଆଇଆରଇ ପ୍ଲାଣ୍ଟ ନିକଟ ରାସ୍ତାରେ ୬ ଜଣ ଦୁଇଗୋଟି ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ପଙ୍କଜ ଏବଂ ତାଙ୍କ ଡ୍ରାଇଭରଙ୍କୁ ଅପହରଣ କରି ନେଇ ଥିଲେ। ଦୁହିଁଙ୍କୁ ନେଇ ବ୍ରହ୍ମପୁରର ଏକ ଗୋପନୀୟ ସ୍ଥାନରେ ରଖାଯାଇଥିଲା। ମୁକ୍ତ କରିବା ଲାଗି ସେମାନେ ପଙ୍କଜଙ୍କ ମୁଣ୍ଡରେ ବନ୍ଧୁକ ‌ରଖି ୧୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ନଚେତ ଜୀବନରେ ମାରି ଦେବାକୁ ଧମକ ଦେଇ ଥିଲେ। ଏହା ମଧୢରେ ପଙ୍କଜ ଅଫିସ ସହ କଥାବାର୍ତା କରି ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଥିବା ପ୍ରବୀର ମହାନ୍ତିଙ୍କ ଜମାଖାତାକୁ ୪୯ ହଜାର ୫୦୦ ଟଙ୍କା, ବୁଗୁଡା ବାଲିପଦର ଶାଖାର ଅଭିଯୁକ୍ତ ରାଘବ ସ୍ବାଇଁଙ୍କ ଜମାଖାତାରେ ୩୦ ହଜାର ଟଙ୍କା ଜମା କରାଇବା ସହ ଏବ˚ ଘଟଣାସ୍ଥଳରେ ୫୦ହଜାର ଟଙ୍କା ନଗଦ ଦେବାର ବ୍ୟବସ୍ଥା କରିଥିଲେ। ବାକି ଟଙ୍କା ପରେ ଦେବେ ବୋଲି କହି ୧୫ ତାରିଖ ମଧ୍ୟରାତ୍ରିରେ ଅପହରଣକାରୀଙ୍କ କବଳରୁ ସେ ଉଦ୍ଧାର ପାଇଥିଲେ।

ଗତକାଲି ରାତିରେ ପଙ୍କଜ ଚମାଖଣ୍ଡି ଥାନାରେ ଏତଲା ଦେବା ପରେ କେସ ନମ୍ବର ୨୯ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଥିଲା। ଗତକାଲି ରାତିରେ ଏକ ଟିମ୍ ବ୍ରହ୍ମପୁରରୁ ୩ ଅଭିଯୁକ୍ତ ରାଘବ, ଅମିତ ଓ ରାକେଶକୁ ଗିରଫ କରିଥିଲା। ଅନ୍ୟ ୩ ଜଣ ବର୍ତ୍ତମାନ ସୁଦ୍ଧା ଫେରାର୍ ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର