ହନୁମାନ ପଇସା ପାଇଁ ହତ୍ୟା ଘଟଣା : ୩ ଜଣ ଗିରଫ, ୧.୨୯ ଲକ୍ଷ ନକଲି ହନୁମାନ ପଇସା ଜବତ

ନୂଆପଡ଼ା : ହନୁମାନ ପଇସା ପାଇଁ ୨ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାସ୍‌ ହୋଇଛି। ଘଟଣାର ୧୦ ଦିନ ପରେ ଗୁରୁବାର ନୂଆପଡ଼ା ପୁଲିସ ହତ୍ୟା ଘଟଣାରେ ସାମିଲ୍‌ ଥିବା ୩ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତି ହେଲେ, କୋମନା ଥାନା ସିଆଲଟି ଗ୍ରାମର ତୁଲା ଧରୁଆ (୩୨) ନୂଆପଡ଼ା ଥାନା କେରମେଲି ଗୁଡୁ ମାଝୀ (୩୨) ଓ ମୃତକଙ୍କ ପୁତୁରା ନିରଞ୍ଜନ ମାଝୀ (୨୩) ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୧ଲକ୍ଷ ୨୯ ହଜାର ଟଙ୍କା, ନକଲି ହନୁମାନ ପଇସା, ୨ଟି ଗାଡି, ଲାଠି ଓ ୪ଟି ମୋବାଇଲ୍‌ ଜବତ କରାଯାଇଛି। ଏନେଇ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ ୧୮ ତାରିଖ ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତକ ହେଲେ, କୋମନା ଥାନା ରେଙ୍ଗାବାହାଲ ଗ୍ରାମର ପଦ୍ମନ ମାଝୀ (୪୫) ଓ ଲଖନା ଥାନା ଘାଟିପଡ଼ାର ଯୁବକ ପିଣ୍ଟୁ ସାହୁ (୨୩) ।

ସମ୍ବନ୍ଧିତ ଖବର