ପାଇକସାହି : ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସିମିଳିଆ ଗ୍ରାମରେ ଥିବା ମହାବୀର କ୍ରସରରେ ନିୟୋଜିତ ଥିବା ଏକ ଜେସିବି ମେସିନରୁ ତେଲ ଚୋରି ହୋଇଥିବା କ୍ରସର ମାଲିକ ମହାବୀର ପ୍ରସାଦ ଅଗ୍ରୱାଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏ ସଂକ୍ରାନ୍ତରେ ନଂ୧୨୩/୧୯ରେ ଏକ ମାମଲା ରୁଜୁ କରି ଏଥିରେ ସମ୍ପୃକ୍ତ ଥିବା ଜେସିବି ମେସିନର ଚାଳକ ଜରପଡା ଥାନା ଝିଣ୍ଟିପାଳ ଗ୍ରାମର ହଳଧର ବେହେରା, ସାନହୁଲା ଗ୍ରାମର ସୁନୀଲ କୁମାର ସାହୁ, କରଡାବାହାଳୀ ଗ୍ରାମର କୁଶଧ୍ୱଜ ବିଶ୍ବାଳଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବଲେରୋ (ଓଡି୦୨ବିବି-୫୬୩୮) ଓ ଏକ ଟ୍ରାକ୍ଟର (ଓଆର୧୯ସି-୩୭୪୬)କୁ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ହଳଧର ଉକ୍ତ କ୍ରସରରେ କାମ କରିବା ସହ ଜେସିବି ମେସିନକୁ ଚଳାଉଥିଲେ। ଦୀର୍ଘ ୯ ମାସ ଧରି ସେ ଜେସିବି ମେସିନ ଚଳାଉଥିବା ବେଳେ ପ୍ରତ୍ୟେକ ଦିନ ତେଲ ଚୋରି କରିବା ସହ ସୁନୀଲ ଓ କୁଶଧ୍ୱଜକୁ ତାଙ୍କ ବଲେରୋ ଯୋଗେ ନେଇ ବିକ୍ରି କରୁଥିଲେ। ଏହି ଚୋରା ତେଲଗୁଡ଼ିକ ଟ୍ରାକ୍ଟର ଓ ବିଭିନ୍ନ ଗାଡ଼ିରେ ପକାଯାଉଥିବା ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/arrest-3.jpg)