ଝାରସୁଗୁଡ଼ା : ବଡ଼ମାଲ ଥାନା ଅନ୍ତର୍ଗତ ଭାଗିପାଲି ଆସପଣ୍ଡ ସାଇଟରେ ଥିବା ଏକ ପ୍ରୋକଲିନ୍‌ ମେସିନ୍‌ରୁ ଡିଜେଲ ଚୋରି କରୁଥିବା ଅଭିଯୋଗରେ ବଡ଼ମାଲ ପୁଲିସ ୩ ଯୁବକଙ୍କୁ ଗିରଫ କରି କ‌ୋର୍ଟ ଚାଲାଣ କରିଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ଏମାନଙ୍କଠାରୁ ୭୦ ଲିଟର ଡିଜେଲ ଜବତ ହୋଇଛି। ଗିରଫମାନେ ହେଲେ ରାକେଶ ବେହେରା, ଦୀନେଶ ବିଶ୍ବାଲ ଓ ଉମେଶ ଚନ୍ଦ୍ର ନାଏକ।