ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ସାଇଦଳଙ୍ଗା ଗ୍ରାମର ଗତ ୨୨ ତାରିଖ ରାତିରେ ହୋଇଥିବା ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ୨୨ ତାରିଖ ସାଇଦଲଙ୍ଗା ଗ୍ରାମର ଅର୍ଜୁନ ସ୍ବାଇଁଙ୍କ ଘରୁ ୧ ଲକ୍ଷ ୫୦ ହଜାର, ସୁନା ଓ ୨ଟି ମୋବାଇଲ୍‌ ଚୋରି ହୋଇଥିବା ନେଇ ମ.ରାମପୁର ଥାନାରେ ଅଭିଯୋଗ ହୋଇଥିଲା।

Advertisment

ଅଭିଯୋଗକୁ ଭିତ୍ତିକରି ମ.ରାମପୁର ଆଇଆଇସି ସଚିନ୍ଦ୍ର ପ୍ରଧାନ, ଏଏସ୍‌ଆଇ ସୁନିତା ବିଶ୍ବାଳ ସନ୍ଧାନୀକୁକୁର ସହାୟତାରେ ତଦନ୍ତ କରିଥିଳେ। ତଦନ୍ତ ପରେ ଏଥିରେ ସଂପୃକ୍ତ ୩ ଜଣ ଅଇଁଲାପାଲିର ସଂଜୟ ସାହୁ, ବାଲ୍ମିକୀ ପରାଭୋଏ ଓ କର୍ଲାମୁଣ୍ଡା ବ୍ଲକ୍‌ ବୋରପଦର ଗ୍ରାମର ଜିତୁ ମାଝୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ହେଲେ ଚୋରି ହୋଇଥିବା ଜିନିଷ ଉଦ୍ଧାର ହୋଇନଥିବା ଆଇଆଇସି ସଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।