କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ର ବିଭିନ୍ନ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମଟର ପମ୍ପ ଚୋରି ଅଭିଯୋଗରେ କୋକସରା ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ କୋକସରା ଥାନା ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହେର ଗତ ୧୧ ତାରିଖ ଦିନ ନିଜ ଚାଷଜମିରେ ଲାଗିଥିବା ପାଣିମଟର ପମ୍ପ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ​ଖୁଣ୍ଟିଆ ଗ୍ରାମର ଉପେନ୍ଦ୍ର ପଟେଲ (୩୨), ମହେନ୍ଦ୍ର ପଟେଲ (୨୮) ଓ ଗୟଲ ଧରୁଆ (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି। ତେବେ ଏହି ଚୋରି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/arrest.jpg)