ରାଉରକେଲା : ରେଲୱେ କଲୋନୀ ମଧୁସୂଦନପାଲୀରେ ଯୁବ ବିଜେପି ନେତାଙ୍କୁ ଛୁରି ଭୂଷି ହତ୍ୟା କରାଯାଇଛି। ମୃତ ଯୁବନେତା ଜଣକ ହେଲେ ମଧୁସୂଦନପାଲୀର ରବିରାଜା ରାଓ ((୩୯)। ହତ୍ୟା ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ତିନି ହତ୍ୟାକାରୀ ମଧୁସୂଦନପାଲୀର ସନ୍ତୋଷ ତିୱାରୀ ଓରଫ ଲାଲା, ରାଜନ ବଡାଇକ ଓରଫ ବିଜୟ, ରାହୁଲ ଘୋଷକୁ ଥାନାରେ ଅଟକ ରଖିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ଆଜି ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡ ପରେ ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତା ନା ବଚସାରୁ ହତ୍ୟାକାଣ୍ଡ ଘଟିଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ମଧୁସୂଦନପାଲୀର କାନ୍ତା ରାଓ ଓ ତାଙ୍କ ଭାଇ ରବି ରାଜା ରାଓ ପରିବାର ସହ ରହନ୍ତି। ରବି ସ୍ଥାନୀୟ ଶିବ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସହ ସ୍ଥାନୀୟ ଅଞ୍ଚଳରେ ବିଜେପିର ଯୁବ ନେତା। ଦୁଇ ଭାଇଙ୍କର ବେଦବ୍ୟାସ ଦଣ୍ଡିଆପାଲିରେ ମଟର ପାର୍ଟସ ଦୋକାନ ରହିଛି। ପ୍ରତିଦିନ ଭଳି ଗତକାଲି ରବି ରାଜା ଭାଇ କାନ୍ତାଙ୍କ ସହ ଦୋକାନ ଯାଇଥିଲେ। ରାତି ୧୦ଟାରେ ଦୋକାନ ବନ୍ଦ ହେବା ପରେ ଏକାକୀ ଘରକୁ ଫେରିଥିଲେ। ସେହି ସମୟରେ ମଧୁସୂଦନପାଲୀ ଶିବ ମନ୍ଦିର ଛକରେ ସନ୍ତୋଷ, ରାଜନ ଓ ରାହୁଲ ବସି ମଦ ପିଉଥିବା ଦେଖି ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ ବୁଝାସୁଝା କରି ସେଠାରୁ ବିଦା କରିଥିଲେ। ୨୦ ମିନିଟ୍ ପରେ ପୁଣି ସେହି ସ୍ଥାନରେ ପହଞ୍ଚି ପରସ୍ପର ମଧ୍ୟରେ ମାଡପିଟ୍ ହୋଇଥିଲେ। ଉତ୍ତେଜିତ ହୋଇ ସନ୍ତୋଷ ଘରୁ ଛୁରା ଆଣି ରବି ରାଜାଙ୍କ ପେଟରେ ଭୂଷି ଦେଇଥିଲେ। ଗୁରୁତର ଆହତ ହୋଇ ରବି ରାଜା ତଳେ ପଡିଯିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକ ରବିରାଜାଙ୍କୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ରବିରାଜାଙ୍କ ଭାଇ କାନ୍ତା ପ୍ଲାଣ୍ଟସାଇଟ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷ ଓ ରାହୁଲଙ୍କୁ ରାଉରକେଲାରୁ ରାଜନକୁ ଗୁମ୍ଲାରୁ ଧରି ଅଟକ କରିଛି।
ଯୁବ ବିଜେପି ନେତାଙ୍କୁ ହତ୍ୟା, ୩ ଅଟକ
/sambad/media/post_attachments/wp-content/uploads/2019/05/bjp-leader.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)