ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପୁଲିସ ଗୁରୁବାର ରାତିରେ ପଣ୍ଡ କରିଦେଇଛି। ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଏସ୍ପି ଅଶ୍ୱିନୀ କୁମାର ମହାନ୍ତି ସୂଚନା ଦେଇଛନ୍ତି। ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୁରୁବାର ବିଳମ୍ବିତ ରାତିରେ ରାମପୁର ଫାଣ୍ଡି ଅନ୍ତର୍ଗତ ହିଲଟପ କଲୋନି ରାସ୍ତା ପାର୍ଶ୍ବ ରାବଣ ଦହନ ପଡ଼ିଆରେ କିଛି ଲୋକ ବସିଥିବା ଦେଖିଥିଲା। ପୁଲିସ ଗାଡ଼ି ରଖି ସେମାନଙ୍କ ନିକଟକୁ ଯାଉଥିବା ଦେଖି ସନ୍ଦିଗ୍ଧମାନେ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇବା ସହ ଦୌଡି ପଳାଇବାକୁ େଚଷ୍ଟା କରିଥିଲେ। ପୁଲିସ ୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ସେମାନେ ହେଲେ ରାମପୁର କୋଲିଆରୀ ଅଞ୍ଚଳର ଗୁଡୁ ସିଂ(୩୩), ଶ୍ୟାମ ସହିସ(୨୩) ଓ ତେଲେନପାଲିର ପୂର୍ଣ୍ଣ ସାଗର(୨୪)। ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି, ଭୁଜାଲି ଓ ୨ଟି ମୋବାଇଲ ଜବତ ହୋଇଛି। ପୁଲିସ ଗୋଟିଏ ଖୋକା ମଧ୍ୟ ଜବତ କରିଛି। ଅଭିଯୁକ୍ତମାନେ କୋଇଲା ମାଫିଆ ସୋନୁର ସହଯୋଗୀ ବୋଲି ଏସ୍ପି କହିଛନ୍ତି।
ବ୍ରଜରାଜନଗର : ପୁଲିସ ସହିତ ଗୁଳି ବିନିମୟ, ୩ ଗିରଫ
/sambad/media/post_attachments/wp-content/uploads/2019/09/SBPHO27-BRJN-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)