ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମରେ ଜମି କିଣାବିାକୁ କେନ୍ଦ୍ର କରି ଉପୁଜି ଥିବା ବିବାଦରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି।

Advertisment

ସଦର ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମର ଗୋବିନ୍ଦ ଓଝାଙ୍କ ପୁଅ ବାବୁ ଓଝା ଜଣେ ଜମି ଦଲାଲା। ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ କଷିମଳା ଗ୍ରାମର ୩୦ ବର୍ଷିୟ ସୁଜିତ ଜେନା ଓ ୨୮ ବର୍ଷିୟ ପ୍ରଦୀପ ଦାସ ଏବଂ ଟାଉନ୍‌ ଥାନା ଅନ୍ତର୍ଗତ ୨୮ ବର୍ଷିୟ ବିଜୟ ସେଠୀ ଗତକାଲି ବାଙ୍ଗରା ଗାଁକୁ ଯାଇ ବାବୁ ଓଝାଙ୍କ ସହ କୌଣସି ଜମିଜମା ବିଷୟ ଯୁକ୍ତିତର୍କ କରୁ କରୁ ଘଟଣା ଉଗ୍ରରୂପ ଧାରଣ କରିଥିଲା। ତିନିହେଁ ବାବୁଙ୍କୁ ମାରଧର କରିବାକୁ ବାହାରିଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ କାବୁ କରି ନେଇଥିଲେ। ସେତିକିବେଳେ ସୁଜିତଙ୍କ ପକେଟରୁ ଏକ ମାଉଜର୍‌ ଖସିପଡ଼ିଥିଲା। ତେଣୁ, ଗ୍ରାମବାସୀମାନେ ତୁରନ୍ତ ଥାନାକୁ ଖବର ଦେଇଥିଲେ।

ସେଠାରେ ପହଞ୍ଚି ସହଦେବଖୁଣ୍ଟା ପୁଲିସ ୩ ଜଣଙ୍କୁ ଉଦ୍ଧାର କରି ଗିରଫ କରିବା ପରେ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ବିଜୟ ଅବସ୍ଥା ଭଲ ନ ଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ବିଜୟ ପାଗନଈ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କଥା ପୁଲିସ କହୁଛି।

ବାକି ଦୁଇ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିବାର ବ୍ୟବସ୍ଥା କରୁଛି। ସେମାନଙ୍କ ଠାରୁ ୫ଟି ଅଫୁଟା ଗୁଳି, ଗୋଟିଏ ତେଲେଙ୍ଗା କଟୁରି ମଧ୍ୟ ଜବତ କରାଯାଇଛି।