ବ୍ୟାଟେରି ଚୋରି ଉଦ୍ୟମ ଘଟଣାରେ ୩ କୋର୍ଟ ଚାଲାଣ

ପଣ୍ତାପଡା : ପଣ୍ତାପଡ଼ା ଥାନା ଅନ୍ତର୍ଗତ ବକ୍ସିବାରିଗାଁ ଜୁଙ୍ଗା ଛକ ନିକଟରେ ଥିବା ମୋବାଇଲ ଟାୱାରରୁ ସୋମବାର ରାତିରେ ବ୍ୟାଟେରି ଚୋରି ଉଦ୍ୟମ କରୁଥିବା ମାମଲାରେ ୩ଜଣକୁ ସ୍ଥାନୀୟ ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ରାଣୀହାଟର ଗଣେଶ ରାଓ (୨୫) କଟକ ଜୋବ୍ରାର ପିଂଟୁ ଜେନା(୩୦) ଓ କଟକ ଜଗତପୁରର ବିଜୟ ରାଉତ (୨୯)। ସୋମବାର ରାତିରେ ଏକ ଟାଟାଏସି ଡଲା ଅଟୋ ଗାଡିରେ ୪/୫ଜଣ ଯୁବକ ମଧ୍ୟରାତିରେ ଆସି ଏସଆର ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ଛିଡ଼ା କରାଇ ପାଖରେ ଥିବା ମୋବାଇଲ ଟାୱାରରୁ ବ୍ୟାଟେରି ଖୋଲୁଥିଲେ। ସତର୍କ ଘଣ୍ଟି ସହାୟତାରେ ସୁରକ୍ଷାକର୍ମୀ କୁମର ବାରିକ ଏଘଟଣା ଜାଣି ସ୍ଥାନୀୟ ଯୁବକଙ୍କ ଦ୍ବାରା ୩ଜଣଙ୍କୁ କାବୁ କରିଥିଲେ। ମଙ୍ଗଳବାର ସକାଳେ ପଣ୍ତାପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାରେ ଅଟକ ରଖିଥିଲେ। ବୁଧବାର ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର