କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସନ୍ୟାସୀପାଲି ଛକ (୪୯ ନମ୍ବର ଜାତୀୟ ରାଜପଥର)ରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ବାଇକ୍ରେ ଥିବା ୩ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସମସ୍ତ ମୃତକ ବିହାର ରାଜ୍ୟର। ଏମାନେ ଝାରସୁଗୁଡ଼ାରେ ରହି ଏକ ଶିଳ୍ପ ସଂସ୍ଥାରେ କାମ କରୁଥିଲେ।
ବିହାର ଆରା ଜିଲ୍ଲା ଭୋଜପୁର ଜଗଧର ନଗରର ଅଭିଜିତ ପାଣ୍ଡେ (୨୫), ମୁନୁ ରାଏ (୨୬) ଓ ଅମନ ରାଏ (୨୬) ଏକ ବାଇକ୍ (ଜେଏଚ୍-୦୯କ୍ୟୁ-୮୨୮୭)ରେ କୁଚିଣ୍ଡା ବୁଲିବାକୁ ଆସି ସେଠାରୁ କୋଲାବିରା ପଟକୁ ଫେରୁଥିଲେ। ସନ୍ୟାସୀପାଲି ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। କୋଲାବିରା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇବା ସହ ଫେରାର ଟ୍ରକ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଟ୍ରକ୍ର କୌଣସି ସନ୍ଧାନ ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Dead-deccan-herald.jpg)