ତିନି ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ, ବିଜେଡିରେ ଆରମ୍ଭ ହେଲା ସାଧାରଣ ସମ୍ପାଦକ ମୁଖ୍ୟାଳୟ ପଦବୀ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ପ୍ରତାପ କେଶରୀ ଦେବ, ପ୍ରଣବ ପ୍ରକାଶ ଦାସ ଓ ସଂଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପଦାଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ଗୁରୁ ଦାୟିତ୍ୱ ଦିଆଯାଇଛି ।

ଗତଥର ମଧ୍ୟ ଏହି ଦାୟିତ୍ୱ ତୁଲାଇଥିଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ।ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ସାଙ୍ଗଠନିକ ସ୍ଥିତି) ଭାବେ ନିଯୁକ୍ତି ପାଇଛନ୍ତି ।

ସେହିପରି ସଂଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ବିଜେଡିର ସଂଗଠନରେ ସମ୍ପାଦକ ପଦବୀ ସୃଷ୍ଟି ହୋଇଛି । କେବଳ ଭାରତୀୟ ଜନତା ପାର୍ଟିରେ ଏହି ପଦବୀ ରହିଛି । ସେହିପରି ସାଧାରଣ ସମ୍ପାଦକ ମୁଖ୍ୟାଳୟ ପଦବୀ ବି ବିଜେଡିରେ ପ୍ରଥମ ଥର ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର