ଏଟିଏମ କାର୍ଡ ଆଣିବାକୁ ଅଣ୍ଡରଗ୍ରାଉଣ୍ଡ ଗାତରେ ପଶି ତିନି ଭାଇଙ୍କ ମୃତ୍ୟୁ

ମୋହନା: ଗଜପତି ଜିଲ୍ଲା ମୋହନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି | ଏକ ଅଣ୍ଡରଗ୍ରାଉଣ୍ଡ ଗାତରେ ପଶି ତିନି ଜଣ ଭାଇଙ୍କର ଶୋଚନୀୟ ମୃତ୍ୟୁ ଘଟିଛି | ତିନି ଭାଇଙ୍କର ବୟସ ୨୪,୨୭ ଓ ୩୦ ବର୍ଷ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତବକ ମୋହନା ଅଡବା ର ବିରିକୋଟ ଗାଁର ତିନି ଭାଇ ନିଜ ଘରର ଅଣ୍ଡରଗ୍ରାଉଣ୍ଡ ଗାତରେ ପଶିଥିଲେ |

ତେବେ ଶ୍ବାସରୁଦ୍ଧ ହୋଇ ତିନି ଭାଇ ଅସୁସ୍ଥ ହୋଇପଡିଥିଲେ | ତିନି ଭାଇଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ | ମୃତକ ତିନି ଜଣ ବିକ୍ରମ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ବୋଲି ଜଣାପଡିଥିବାବେଳେ ଘର ଭିତରେ ଥିବା ସୁଡଙ୍ଗରେ ପଡ଼ିଯାଇଥିବା ଏଟିଏମ କାର୍ଡ ଆଣିବାକୁ ପ୍ରଥମେ ମଝିଆ ଭାଇ ଯାଇଥିଲେ |

Loksatta

ସେ ବାହାରକୁ ନ ବାହାରିବାରୁ ଆଉ ଦୁଇ ଭାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ | ତେବେ ତିନି ଭାଇ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡିଥିଲେ | ପରେ ଡାକ୍ତର ମୃତ ଘୋଷଣା କରିଥିଲେ | ପୁଲିସ ଏବେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |

ସମ୍ବନ୍ଧିତ ଖବର