ମାଲକାନଗିରି: ଶନିବାର ସନ୍ଧ୍ୟା ବେଳେ ତୁଳସୀ ପାହାଡ଼ ୩ ଜଣ କ୍ୟାଡର୍ ମହିଳା ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ମାଓବାଦୀଙ୍କ ନାମ ଯୋଗୀ କାଓ୍ଵସି, ଇଦ୍ମେ ମନ୍ଦଓ୍ଵି ଏବଂ ଜାମଲି କୁରାମି।
ଏସ୍ପି ଜଗମୋହନ ମିନାଙ୍କ ନେତୃତ୍ୱରେ ଡିଭିଏଫ୍, ଏସ୍ଓଜି ଯବାନଙ୍କ ସମେତ ପ୍ରାୟ ୧୦୦ ପୁଲିସ ସେଠାରେ କମ୍ବିଂଙ୍ଗ୍ ଅପରେସନ ଚଳାଇଥିଲେ। ତୁଳସୀପାହାଡ଼ରେ ମାଓ କ୍ୟାମ୍ପ୍ ପଡ଼ିଥିବା ସୂଚନା ପାଇ ପୁଲିସ ଅଭିଯାନ ଆରମ୍ଭ କରିଥିଲା। ଏ କଥା ଜାଣିପାରି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଚାରିପଟୁ ଘେରି ଯାଇଥିଲେ। ଫଳରେ ତିନି ମହିଳା ମାଓବାଦୀ ଧରା ପଡ଼ିଥିଲେ।
ଗତ ସନ୍ଧ୍ୟା ୭ଟା ବେଳେ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏ କଥା ଘୋଷଣା କରିଥିଲା। ଆଜି ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BlueStacks_ScreenShot.jpg3_.jpg)