ବଡ଼ଦାଣ୍ଡରେ ଗଡ଼ୁଛି ତିନି ରଥ: ଆଗ‌ରେ ବଡ଼ ଭାଇ, ମଝିରେ ଚାନ୍ଦମୁହିଁ ଓ ପଛରେ କାଳିଆ ଠାକୁର

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଟଣା ହୋଇଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ତା’ ପଛକୁ ଅପରାହ୍ନ ୧.୨୧ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଶ୍ରୀମନ୍ଦିର ଆଡ଼େ ଆଗେଇ ଚାଲିଛି।

ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା।  କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଯିବା ପରେ ତା’ର ପରେ ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ୧.୨୧ରେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇ ଏବେ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ଅଭିମୁଖେ ଆଗେଇ ଚାଲିଚି ତିନି ଠାକୁରଙ୍କ ରଥ।

ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଛି ତିନି ରଥ । କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଫଳରେ ଭକ୍ତଶୂନ୍ୟ ଶରଧାବାଲିରେ ତିନି ରଥକୁ ବିନା ଭକ୍ତରେ ସେବାୟତ ମାନେ ଟାଣି ନେଇଉନ୍ତି ନୀଳକନ୍ଦର ଅଭିମୁଖେ ।

ସମ୍ବନ୍ଧିତ ଖବର