ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ରାଜନଗର ବ୍ଲକ ସାତଭାୟ ଗାଁର ୩ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଦିନ ପ୍ରାୟ ଗୋଟାଏବେଳେ ଗାଁର କିଛି ପିଲା ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।
ଗାଧୋଇବା ସମୟରେ ସେମାନଙ୍କ ମଧ୍ୟରୁ ୩ଜଣ ବୁଡ଼ି ଯାଇଥିଲେ। ସାଙ୍ଗରେ ଗାଧୋଉଥିବା ପିଲାମାନେ ଚିତ୍କାର କରିବାରୁ ଗାଁ ଲୋକେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେବା ପରେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Sinking_Two-People_1.jpg)