ମଦ ପିଇ ୩ କନେଷ୍ଟବଳ ନିଲମ୍ବିତ

ପୁରୀ : ଫାଣ୍ଡିରେ ବସି ମଦ ପିଇବା ତିନି ପୁଲିସ କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଛି । ଗତକାଲି ପୁଲିସ ଏହି ତିନି ଜଣ କନେଷ୍ଟବଳଙ୍କୁ ନେଇ ଡାକ୍ତରଖାନାରେ ପରୀକ୍ଷା କରାଇବା ପରେ ସେମାନଙ୍କ ବିରୋଧରେ ଏସ୍‌ପି ଉମାଶଙ୍କର ଦାଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ରାତିରେ ସମୁଦ୍ରକୂଳ ଟୁରିଷ୍ଟ ଫାଣ୍ଡିରେ ନିୟୋଜିତ ତଥା ମୟୂରଭଞ୍ଜ ଜିଲ୍ଲା କିଆକାଣ୍ଡିର ଶିଶିର ମୁର୍ମୁ, ଖୋର୍ଧା ଜିଲ୍ଲା ବାଣପୁରର ସଞ୍ଜୟ ମହାନ୍ତି ଏବଂ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ନିରଞ୍ଜନ ବାରିକ ମଦ ପିଉଥିଲେ।ଫାଣ୍ଡିରେ ବସି ମଦ ପିଇ ପୁଲିସ ବିଭାଗର ଶୃଙ୍ଖଳା ଭଙ୍ଗ କରିଥିବାରୁ ତିନି ଜଣଙ୍କୁ ସେ ଡାକ୍ତରଖାନାକୁ ପରୀକ୍ଷା ପାଇଁ ପଠାଇଥିଲେ। ପରୀକ୍ଷା ପରେ ସେମାନେ ମଦ ପିଇଥିବା ନିଶ୍ଚିତ ହୋଇଥିଲା। ଆଜି ଏସ୍‌ପି ଡ. ଦାଶ ଏହି ତିନି ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର