ମିଥ୍ୟା ପେଟ୍ରୋଲ୍‌ ବିଲ୍‌ ଦେଇ ଠକେଇ: ୩ କନ୍‌ଷ୍ଟେବଲ୍‌ ନିଲମ୍ବିତ

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ସମୟରେ ମିଥ୍ୟା ପେଟ୍ରୋଲ୍‌ ବିଲ୍‌ ଦେଇ ଠକେଇ କରିଥିବା ସମ୍ବଲପୁର ଜିଲ୍ଲା ପୁଲିସର ୩କନ୍‌ଷ୍ଟେବଲ୍‌ଙ୍କୁ ନିଲମ୍ବନ କରିଛନ୍ତି ଏସ୍‌ପି। ତେଲ ଭର୍ତ୍ତିରେ ଓଭର ବିଲିଂ ନେଇ ଅଭିଯୋଗ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ଆସିବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ବେଳେ ୧୬ଟି ବସରେ ତେଲର ପରିମାଣ ଓ ଦୂରତାରେ ମେଳ ଖାଉ ନଥିବା ଜଣାପଡ଼ିଥିବା ତଦନ୍ତ କରୁଥିବା ଅଧିକାରୀ ଡିଏସ୍‌ପି ଯୋଗେଶ୍ବର ଓରାମ ସୂଚନା ଦେଇନ୍ତି। ଏ ବାବଦରେ ୩୦ ଲକ୍ଷ ଟଙ୍କାର ବିଲିଂ କରାଯାଇଥିବା ଜଣାପଡ଼ିଛି।

ପ୍ରାୟ ୮ ଲକ୍ଷ ଟଙ୍କାର ଗଡ଼ବଡ଼ ହୋଇଥିବା ଜଣାପଡ଼ିଛି। ଗୋଟିଏ ଗୋଟିଏ ଗାଡ଼ିରେ ୩୦ରୁ ୪୦ ଲିଟର ଯାଏ ତେଲ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ ରିଜର୍ଭ ପୁଲିସ ବିଭାଗରେ ଏମ୍‌ଭି ସେକ୍‌ସନ୍‌ରେ କାର୍ଯ୍ୟରତ ୩ କନ୍‌ଷ୍ଟେବଲ୍‌, ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଂଜିତ ସ୍ବାଇଁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର