ଏମ୍‌କେସିଜିରେ ୩ ଜଣଙ୍କ ରିପୋର୍ଟ ନେଗେଟିଭ୍‌

ବିପିଏଲ୍‌ ମାନଦଣ୍ଡ ଉଚ୍ଛେଦ ହେଲେ ‘ଆୟୁଷ୍ମାନ ଭାରତ’ ଲାଗୁ ହେବ: ନବ ଦାସ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନା ତଥା ରାଜ୍ୟ ପାଇଁ ଖୁସି ଖବର। ପରୀକ୍ଷା ପାଇଁ ୩ ଜଣଙ୍କ ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଛି। ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିବା ବଡ଼ ଡାକ୍ତରଖାନାର ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ, ଆଜି ପୁଣି ଜଣେ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ଘର କରାପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆଉ ଜଣେ ରୋଗୀଙ୍କ ରିପୋର୍ଟ ଆସନ୍ତା କାଲି ଆସିବ ବୋଲି ‌ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଆଜି ଭର୍ତ୍ତି ହୋଇଥିବା ଯୁବକ ଜଣକ ଦୁବାଇରେ କାମ କରୁଛନ୍ତି। ଗତ ୧୯ତାରିଖରେ ସେ ଘରକୁ ଫେରିଥିଲେ। ଜ୍ବର ଓ କାଶ ହେବାରୁ ଆଜି ତାଙ୍କୁ ବଡ଼ ଡାକ୍ତରଖାନା କରୋନା ଓପିଡି(‌କୋଭିଡ୍‌-୧୯)ରେ ଚିକିତ୍ସା କରାଯାଇଥିଲା। କାଉନ୍‌ସେଲିଂ ପରେ ତାଙ୍କୁ ଆଇସୋଲେସନ୍‌ ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ତାଙ୍କର ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ।

ବିପିଏଲ୍‌ ମାନଦଣ୍ଡ ଉଚ୍ଛେଦ ହେଲେ ‘ଆୟୁଷ୍ମାନ ଭାରତ’ ଲାଗୁ ହେବ: ନବ ଦାସ
ଓଡ଼ିଶାରେ ମାଗଣା ସ୍ବାସ୍ଥ୍ୟ ସେବା ଦିଆଯାଉଛି

ଭୁବନେଶ୍ବର : କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ଲାଗୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ଗ୍ରହଣ କରି ନାହାନ୍ତି ଓଡ଼ିଶା ସରକାର। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି, ଯଦି ‌େକନ୍ଦ୍ର ସରକାର ଏହି ଯୋଜନାରୁ ବିପିଏଲ୍‌ ମାନଦଣ୍ଡ ଉଚ୍ଛେଦ କରିବେ, ତେବେ ଓଡ଼ିଶା ତତ୍‌କାଳ ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ ଦେବ।

ସ୍ବାସ୍ଥ୍ୟ ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ସମସ୍ତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ପରୀକ୍ଷା, ଚିକିତ୍ସା ଓ ଔଷଧ ଆଦି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏ କ୍ଷେତ୍ରରେ ବିପିଏଲ୍‌ କିମ୍ବା ଏପିଏଲ୍‌ର କୌଣସି ବାଛବିଚାର କରାଯାଉ ନାହିଁ। ରାଜ୍ୟରେ ଏହା ସାର୍ବଜନୀନ ଭାବେ ଯୋଗାଇ ଦିଆଯାଉଛି। ସେହିପରି ବର୍ତ୍ତମାନ ଦେଖା ଦେଇଥିବା କୋଭିଡ୍‌-୧୯ ପାଇଁ ବି ଓଡ଼ିଶାରେ ସମସ୍ତ ପରୀକ୍ଷା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ଅଟେ।

ସମ୍ବନ୍ଧିତ ଖବର