ବଜ୍ରାଘାତରେ ୩ ଗାଈ ‌‌ମଲେ

ରାଇସୁଆଁ: ଆଜି ମଧ୍ୟାହ୍ନରେ ବଜ୍ରପାତ ଘଟି ତେଲକୋଇ ବ୍ଳକ କାଳିଆହତା ପଞ୍ଚାୟତ ରେକୁଟି ଗ୍ରାମରେ ୩ଟି ଗାଈବଳଦଙ୍କର ମୃତ୍ୟୁ ଘଟିଛି। ଗ୍ରାମର ଗୁରୁବାରିଆ ପ୍ରଧାନଙ୍କ ଗୋଟିଏ, ହଳଧର କବିଙ୍କର ଗୋଟିଏ ଏବଂ ଦଶରଥ ବେହେରାଙ୍କର ଗୋଟିଏ ଗୋରୁଙ୍କର ମୃତ୍ୟୁଘଟିଛି। ମଧ୍ୟାହ୍ନରେ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଥିଲା।

ସେହିସମୟରେ ଘନଘନ ବଜ୍ରପାତ ହୋଇଥିଲା।  ଚାଷ ସମୟ ଆସିବାରୁ ବଳଦ ହରାଇ ଥିବା ଚାଷୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।  ତୁରନ୍ତ ବଳଦ ହରାଇଥିବା ଚାଷୀଙ୍କୁ  ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର