ବେଗୁନିଆପଡ଼ା/ଛତ୍ରପୁର : ସମ୍ପତ୍ତି ବାଜ୍ୟାପ୍ତି ପରେ ପଳାତକ ଘୋଷିତ ଅପରାଧୀଙ୍କୁ କିଭଳି ଭୟ ଘାରିଛି, ଗଞ୍ଜାମ ଜିଲ୍ଲ‌ାରେ ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ୩ ଜଣ ଅପରାଧୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ‌ସେମାନେ ହେଲେ କାବୁଲା ଦାଶ , ବିଶିକେଶନ ଦାଶ ଓ ନିରଞ୍ଜନ ମଣ୍ଡଳ।

Advertisment

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ମର୍ଦ୍ଦମେଖ ପଞ୍ଚାୟତ ମାଟିଗଡ଼ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତ ୩ ଅପରାଧୀଙ୍କୁ କୋର୍ଟ ପଳାତକ ଘୋଷଣା କରିଥିଲେ। ଗତ ୧୨ ତାରିଖରେ ପୁଲିସ ସେମାନଙ୍କ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। କୋର୍ଟଙ୍କ ଆଦେଶ ଅବମାନନା କରି ହାଜର ହୋଇ ନଥିବାରୁ ଜେଏମ୍‌ଏଫ୍‌ସି କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ସସ୍ମିତା ଶତପଥୀ ଓ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁଙ୍କ ଉପସ୍ଥିତରେ ଅଭିଯୁକ୍ତମାନଙ୍କ ସ୍ଥାବର ସମ୍ପତ୍ତିକୁ ପୁଲିସ ଜବତ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତ କାବୁଲା ଓ ବିଶିକେଶନ କୋର୍ଟରେ ଆତ୍ମସମର୍ପଣ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏହାପରେ ସେମାନଙ୍କ ଜବତ ସମ୍ପତ୍ତିକୁ ପରିବାର ଲୋକଙ୍କୁ ଫେରାଇ ଦିଆଯାଇଛି।