ବାରଙ୍ଗ : ପବିତ୍ର ଦୋଳପୂର୍ଣ୍ଣିମାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଧଳା ରଙ୍ଗର ବାଘୁଣୀ ବିଜୟା ଖୁସି ଖବର ଆଣି ଦେଇଛି। ତା’ ଗର୍ଭରୁ ଆଜି ୩ଟି ବାଘ ଶାବକ ଜନ୍ମ ନେଇଛନ୍ତି। ବିଜୟାର ଖୁଆଡ଼ ୨୧(ଗ)ରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖି କର୍ତ୍ତୃପକ୍ଷ ଏହି ସୂଚନା ଦେବା ସହ ଫଟୋ ଓ ଭିଡିଓ ଜାରି କରିଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେଫ୍ ସହ ମିଳନରୁ ସେ ଗର୍ଭଧାରଣ କରିଥିଲା। ଗର୍ଭବତୀ ହେବାର ପାଖାପାଖି ୧୦୪ ଦିନ ପରେ ଆଜି ଶାବକ ତିନିଟି ଜନ୍ମଲାଭ କରିଛନ୍ତି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛୁଆଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ସାଧାରଣ ନାଲି ରଙ୍ଗର ମହାବଳ ରୋଶନ୍ ଓ ଧଳା ବାଘୁଣୀ କୁସୁମର ମିଳନରୁ ବାଘୁଣୀ ବିଜୟା ଗତ ୨୦୧୦ ମାର୍ଚ୍ଚ ୧ ତାରିଖରେ ଜନ୍ମ ନେଇଥିଲା। ବିଜୟା ଗତ ୨୦୧୬ ଅଗଷ୍ଟ ୯ ତାରିଖରେ ରୋଶନ ମିଳନରୁ ପ୍ରଥମେ ଆଦିତି (ନାଲି) ଓ ସାହିଲ (ଧଳା)ଙ୍କୁ, ଦ୍ୱିତୀୟଥର ଗତ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ରୋଶନ୍ ଔରସର ରାଜେଶ (ଧଳା) ଓ ରୂପା (ନାଲି) ବାଘକୁ ଜନ୍ମ ଦେଇଥିଲା। ଏ ପର୍ଯ୍ୟନ୍ତ ବିଜୟା ୩ଥର ଗର୍ଭବତୀ ହେବା ସହ ମୋଟ ୬ଟି ଶାବକଙ୍କୁ ଜନ୍ମ ଦେଇଛି।
୩ ଶାବକ ଜନ୍ମ ଦେଲା ବାଘୁଣୀ ବିଜୟା
/sambad/media/post_attachments/wp-content/uploads/2021/03/bagha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)