କମିଲା କଟ୍‌ ଅଫ୍‌ ମାର୍କ, ବିଜେବି ଆଗରେ

ଯୁକ୍ତ୩ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର: ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ (ଡିଗ୍ର୍ରି) କଲେଜ/ସଂସ୍କୃତ(ଶାସ୍ତ୍ରୀ) କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଚଳିତବର୍ଷ ୯୮୫ କଲେଜରେ ନାମଲେଖା ଲାଗି ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳା ବିଭାଗରେ ୧ ଲକ୍ଷ ୧୪ ହଜାର ୩୩୧ ଜଣ ଥିବା ବେଳେ ଫିଜିକାଲ ସାଇନ୍ସରେ ୨୯,୧୩୧, ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬, ସେଲ୍ଫ ଫାଇନାନ୍ସିଂରେ ୧,୨୭୯, ବାଣିଜ୍ୟରେ ୧୯,୭୫୩, ସଂସ୍କୃତ ବିଭାଗରେ ୪,୧୨୦ ଜଣ ମନୋନୀତ ହୋଇଛନ୍ତି। ଏଥିରେ ୮୭,୭୨୮ ଜଣ ଛାତ୍ର ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୨୩୨ ରହିଛି।

ଏଥର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୪୮ବିଷୟର କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏଥର କଟ୍‌ ଅଫ୍‌ ମାର୍କ ଏକରୁ ୩ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ରହିଥିଲେ ମଧ୍ୟ ୩ଟି ଯାକ ବିଭାଗରେ ବିଜେବି ସ୍ୱୟଂଶାସିତ କଲେଜ ଆଗରେ ରହିଛି। କଳା ବିଭାଗରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଭୂଗୋଳ (୮୯.୮), ଅର୍ଥନୀତି (୮୨.୬), ଇଂରାଜୀ (୮୦.୩୩), ରାଜନୀତି ବିଜ୍ଞାନ (୭୯.୨), ସାମାଜିକ ବିଜ୍ଞାନ (୭୮.୪), ମନସ୍ତତ୍ତ୍ୱ ବିଜ୍ଞାନ (୭୭.୮୩), ଗଣିତ (୭୭.୧୭), ଶିକ୍ଷା (୭୫.୮୩), ଦର୍ଶନଶାସ୍ତ୍ର (୭୨), ନୃତତ୍ତ୍ୱ ବିଜ୍ଞାନ (୭୧.୮), ଷ୍ଟାଟିଟିକ୍ସ (୭୧.୧୭), ଇତିହାସ (୭୦.୮୩), ସଙ୍ଗୀତ (୫୫.୬୭)ରେ କଟ୍‌ ଅଫ୍‌ ମାର୍କ ଅଧିକ ରହିଛି।

ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ସ୍ୱୟଂଶାସିତ କଲେଜର ହିନ୍ଦୀ (୭୬.୬୭), ଓଡ଼ିଆ (୭୪.୮୩), ପୁରୀ ଏସ୍‌ସିଏସ୍‌ କଲେଜର ସଂସ୍କୃତ (୭୨.୧୭), ସମ୍ବଲପୁର ସରକାରୀ ମହିଳା ଡିଗ୍ରି କଲେଜରେ ଗୃହ ବିଜ୍ଞାନ (୬୨.୫), ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଊର୍ଧ୍ୱ (୫୯.୧୭), ଶୈଳବାଳା ମହିଳା କଲେଜର ଲାଇବ୍ରେରି ସାଇନ୍ସ (୫୩.୬୭), କେନ୍ଦୁଝର ଜିଲ୍ଲା ହଟଡିହି ଆଞ୍ଚଳିକ ଡିଗ୍ରି କଲେଜର ଜେନେରାଲ (୫୦.୩୩), କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ଇଣ୍ଡଷ୍ଟ୍ରିଆଲ୍‌ ସୋସିଓଲୋଜି (୪୭.୧୭), ମୟୂରଭଞ୍ଜର ଏମ୍‌ପିସି କଲେଜର ଲାଙ୍ଗୁଏଜ୍‌ ସାନ୍ତାଳି (୪୫.୭୨), ଖଡିଆଲ୍‌ ସ୍ୱୟଂଶାସିତ କଲେଜର ଆର୍କିଓଲୋଜି ଓ ମ୍ୟୁଜିଓଲୋଜି (୪୪.୬୭), ରାୟଗଡ଼ା କଲେଜର ଆଇଆର ଆଣ୍ଡ ପିଏମ୍‌ (୪୩), ଭଦ୍ରକର ବିରଞ୍ଚି ନାରାୟଣ ମାଧବ ଅର୍ଜୁନ କଲେଜର ପବ୍ଲିକ ଆଡମିନିଷ୍ଟ୍ରେସନ୍‌ (୪୧.୬୭), କଟକର ଉଦୟନାଥ କଲେଜ ଅଫ୍‌ ସାଇନ୍ସ ଓ ଟେକ୍ନୋଲୋଜିର ଓମେନ୍‌ ଷ୍ଟଡିଜ୍‌ (୩୬), ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜର ଜର୍ଣ୍ଣାଲିଜିମ୍‌ ଆଣ୍ଡ୍‌ ମାସ୍‌ କମ୍ୟୁନିକେସନ୍‌ ( ୩୫) ଏବଂ ପୁରୀ ଜିଲ୍ଲା ଗୋପ କଲେଜର ଲ’ରେ ୩୫% କଟ୍‌ ଅଫ୍‌ ମାର୍କ ରହିଛି।

ବିଜ୍ଞାନ ବିଭାଗର ଫିଜିକାଲ ସାଇନ୍ସରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଗଣିତ (୯୨.୧୭), ପଦାର୍ଥ ବିଜ୍ଞାନ (୯୧.୬), ରସାୟନ ବିଜ୍ଞାନ (୯୦.୬), ଷ୍ଟାଟିଷ୍ଟିକ୍ସ (୯୦), କଟକର ଷ୍ଟୁଆର୍ଟ କଲେଜର ଜିଓଲୋଜି (୮୪.୬୭), ସୋନପୁରର ଶକୁନ୍ତଳା ଡିଗ୍ରି କଲେଜର କମ୍ପ୍ୟୁଟର ସାଇନ୍ସ (୭୨.୧୭), ଖୋର୍ଧାର ପ୍ରାଣନାଥ କଲେଜର ଇଲେକ୍ଟ୍ରାନିକ୍ସ (୬୨.୮୩), ଭୂଗୋଳ (୬୦), ପୁରୀ ଜିଲ୍ଲା କଲ୍ୟାଣପୁର କଲେଜର ଜେନେରାଲ (୫୬.୮୩), ଗଜପତି ଜିଲ୍ଲା କାଶୀନଗରସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ଡିଗ୍ରି କଲେଜର ଆଇଟି (୫୦.୬୭)ରେ ଅଧିକ ରହିଛି।

ବାୟୋଲୋଜିକାଲ ସାଇନ୍ସରେ ବିଜେବି ସ୍ୱୟଂଶାସିତ କଲେଜର ପ୍ରାଣୀବିଜ୍ଞାନ (୯୨.୧୭), ଉଦ୍ଭିଦ ବିଜ୍ଞାନ (୮୮), ଢେଙ୍କାନାଳ ସରକାରୀ ମହିଳା କଲେଜର ବାୟୋଟେକ୍ନୋଲୋଜି (୫୮.୩୩), ନିମାପଡ଼ାସ୍ଥିତ ଆଇଜି ଓମେନ୍ସ କଲେଜର ଜେନେରାଲ (୪୯.୫), ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ନୃତତ୍ତ୍ୱ ବିଜ୍ଞାନ (୪୮.୫), ଗଞ୍ଜାମ ଜିଲ୍ଲା ଗୋପାଳପୁର କଲେଜର ମେରାଇନ୍‌ ସାଇନ୍ସ (୩୯.୫), କଟକ ଜିଲ୍ଲା ରଘୁନାଥଜୀଉ କଲେଜର ପରିବେଶ ପ୍ରଦୂଷଣ (୩୮.୧୭), ମୟୂରଭଞ୍ଜ ଉଦଳାସ୍ଥିତ ରୋହି ଦାଶ ସୋରେନ୍‌ କଲେଜର ମାଇକ୍ରୋ ବାୟୋଲୋଜି (୩୭.୫)ର କଟ୍‌ ଅଫ୍‌ ମାର୍କ ଅଧିକ ରହିଛି। ବାଣିଜ୍ୟ ବିଭାଗରେ ବିଜେବି ସ୍ୱୟଂଶାସିତ କଲେଜରେ ୮୪.୧୭% ରହିଥିବା ବେଳେ ଜେନେରାଲରେ ମୟୂରଭଞ୍ଜ ଜିଲ୍ଲା ଧୀରଜଲାଲ କଲେଜ (୪୫.୮୩) କଟ୍‌ ଅଫ୍‌ ମାର୍କ ଅଧିକ ରହିଛି।

ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। କେତେଜଣ ଛାତ୍ରଛାତ୍ରୀ କମନ୍‌ ଆପ୍ଲିକେସନ ଫର୍ମ (ସିଏଏଫ୍‌)ପୂରଣ କରିବା ସହ ଅନ୍‌ଲାଇନ୍‌ ପେମେଣ୍ଟ କରିଛନ୍ତି। କିନ୍ତୁ ଏସ୍‌ଆରସିରେ ସିଏଏଫ୍‌ ଦାଖଲ କରିନାହାନ୍ତି। କିଛି ପିଲା ସିଏଏଫ୍‌ ପୂରଣ କରିଥିଲେ ମଧ୍ୟ ଫି’ ଦାଖଲ କରିନାହାନ୍ତି କି ଏସ୍‌ଆରସିରେ ଡକ୍ୟୁମେଣ୍ଟ ଦାଖଲ କରିନାହାନ୍ତି। ତେଣୁ ସେମାନଙ୍କୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଛି।

ସମ୍ବନ୍ଧିତ ଖବର