ସେପ୍ଟେମ୍ବର ପହିଲାରୁ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ରହିବ । ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବାକୁ ପରାମର୍ଶ ଦିଆଯାଉଛି ।

ସେପ୍ଟେମ୍ବର ୧ ତାରିଖ ରବିବାର ରହୁଥିବାରୁ ସ୍ୱାଭାବିକଭାବେ ବ୍ୟାଙ୍କ ଛୁଟି ରହିବ । ସୋମବାରଦିନ ଗଣେଶ ପୂଜା ପଡୁଛି, ଯାହାକି ଏକ ଜାତୀୟ ସ୍ତରର ଛୁଟିଦିନ । ମଙ୍ଗଳବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡୁଛି । ଏହାକୁ ରାଜ୍ୟସରକାର ଛୁଟି ଘୋଷଣା କରିଛନ୍ତି । ଏହିପରିଭାବେ ଲଗାତାର ୩ ଦିନ ଛୁଟି ରହୁଥିବାରୁ ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ଦେବାର ଆଶଙ୍କା ରହିଛି । ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବା ଆବଶ୍ୟକ । ଅନ୍ୟପକ୍ଷରେ ବ୍ୟାଙ୍କ ଲଗାତାର ୩ ଦିନ ବନ୍ଦ ରହୁଥିବାରୁ ଏଟିଏମ ଗୁଡ଼ିକ ଉପରେ ଅଧିକ ଚାପ ପଡିବାର ସମ୍ଭାବନା ରହିଛି । ସମୟ ପୂର୍ବରୁ ଯଥେଷ୍ଟ ନଗଦ ଟଙ୍କା ଭର୍ତ୍ତି ନକରାଗଲେ ଏଗୁଡ଼ିକ ଖାଲି ହୋଇଯିବାର ଆଶଙ୍କା ରହିଛି । ଚଳିତ ଅଗଷ୍ଟ ମାସରେ ମଧ୍ୟ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ପଡିଥିଲା । ୧୦ ତାରିଖ ୨ୟ ଶନିବାର, ୧୧ ରବିବାର ଓ ୧୨ ତାରିଖ ଇଦ୍‌ ଯୋଗୁଁ ବ୍ୟାଙ୍କ ଛୁଟି ଥିଲା ।

ସମ୍ବନ୍ଧିତ ଖବର