ଭୁବନେଶ୍ୱର: ଥଣ୍ଡାରୁ ଟିକିଏ ଆଶ୍ୱସ୍ତି ମଳିଥିଲେ ମଧ୍ୟ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି। ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ଭୋର ସମୟରେ ଘନ କୁହୁଡ଼ି ହେବ। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜାରି ରହିବ। ରାତି ସମୟରେ ବି କେତେକ ସ୍ଥାନରେ ହାଲକା କୁହୁଡ଼ି ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆହୁରି କୁହାଯାଇଛି ଯେ ୨୦ ଏବଂ ୨୧ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ଜାରି ରହିବ। ୨୩ ତାରିଖ ପର୍ଯ୍ୟନ୍ତ ସେଭଳି କୌଣସି ଫରକ ଆସିବ ନାହିଁ। ପରବର୍ତୀ ସମୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୫ ଡିଗ୍ରି ତଳେ ଅର୍ଥାତ୍ ୪.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସର୍ବାଧିକ ତାପମାତ୍ରା ୨୯ ଏବଂ ସର୍ବନିମ୍ନ ୧୩ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
୩ ଦିନ ଯାଏ ଘନ କୁହୁଡ଼ି
/sambad/media/post_attachments/wp-content/uploads/2018/01/fog-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)