ଭୁବନେଶ୍ବର: ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରବିବାର ଗୁଳିମାଡରେ ମୃତ୍ୟୁ ହୋଇଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବେଳେ ଗୋପାଳ ଦାସ ନାମକ ଜଣେ ଏଏସଆଇ ଅତି ନିକଟରୁ ତାଙ୍କୁ ଗୁଳିମାଡ କରିଥିଲେ। ପରେ ଏୟାରଲିଫ୍ଟରେ ତାଙ୍କୁ ଆପୋଲ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯିବା ପରେ ରାତି ସାଢ଼େ ୧୧ଟା ସୁଦ୍ଧା ପୋଷ୍ଟମର୍ଟମ ଚାଲିଛି। ଦୁଇଜଣିଆ ଡାକ୍ତର ଟିମ ପୋଷ୍ଟମର୍ଟମ କରୁଛନ୍ତି। ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଉଛି।
ପୋଷ୍ଟମର୍ଟମ ସରିବା ପରେ ତାଙ୍କ ମରଶରୀରକୁ ବିଧାନସଭାକୁ ଅଣାଯିବ। ସେଠାରେ ଅପେକ୍ଷାରତ ବିଧାୟକ ଓ ମନ୍ତ୍ରୀମାନେ ତାଙ୍କ ଶେଷ ଦର୍ଶନ କରିବେ। ପରେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇ ଶୋକାଞ୍ଜଳି ପ୍ରଦାନ କରାଯିବ। ଏହି ଅବସରରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଶୋକ ପାଳନ କରାଯିବ ବୋଲି କୁହାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସରକାରୀ ମନୋରଂଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ନବଙ୍କ ସମ୍ମାନରେ ୨ ଦିନ ଅର୍ଦ୍ଧନମିତ ହେବ ଜାତୀୟ ପତାକା। ସୋମବାର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଶେଷକୃତ୍ୟ ସ୍ଥଳରେ ବି ଅର୍ଦ୍ଧନମିତ ରହିବ ଜାତୀୟ ପତାକା ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/2-24.jpg)