୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ

ଭୁବନେଶ୍ୱର/ ସମ୍ବଲପୁର: ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ। ରିମାଣ୍ଡ ଲାଗି ଅନୁମତି ଦେଇଛି ଭିଜିଲାନ୍ସ କୋର୍ଟ। ରିମାଣ୍ଡରେ ଆଣି ନିହାର ରଞ୍ଜନ ଦାସଙ୍କ ଭିଜିଲାନ୍ସ କ୍ରିପ୍ଟୋ କରେନସିରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ଼ କରିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଥିଲେ। ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସଙ୍କ କହିବା ଅନୁଯାୟୀ ୩. ୯୬ କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଏହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ। ଅନ୍ୟପଟେ ନିହାରଙ୍କ ଲିଙ୍କ୍‌ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍‌ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରିଛି। ତେବେ ନିହାରଙ୍କ କଳା ସାମ୍ରାଜ୍ୟ ଭିତରେ ଠିକାଦାର ଜଣକ କିଭଳି ଭାବେ ସମ୍ପୃକ୍ତ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର