ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ, ୨ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ମୃତକ ୩ଜଣ ହେଲେ ସୁକାନ୍ତି ମାଢ଼ୀ (୧୩), ସୀତାରାମ ମାଢ଼ୀ (୧୨) ଓ ଅଞ୍ଜଳୀ ମାଢ଼ୀ (୮) । ଗୁରୁତର ୨ ଜଣ ମଧ୍ୟରେ ମାଆ ଓ ଆଉ ଜଣେ ଝିଅ ଥିବା ଜଣାପଡ଼ିଛି। ଗୁରୁତର ମାଆ ଓ ଝିଅଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟରେ ଭର୍ତ୍ତି କରାଯାଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଥିବା ଜଣାଯାଇଛି।

ଜଙ୍ଗଲୀ କନ୍ଦା କିମ୍ବା ଚେର ଖାଇ ଏମାନଙ୍କ ଜୀବନ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଷାକ୍ତ ଖାଦ୍ୟ ଯୋଗୁ ଝାଡ଼ାବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍ ଅନୁମାନ କରୁଛନ୍ତି ।

ସମ୍ବନ୍ଧିତ ଖବର