ବଜ୍ରପାତରେ ୩ ମୃତ, ୨ ଗୁରୁତର

ଲକ୍ଷ୍ମୀପୁର : କାଳବୈଶାଖୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ କୁନ୍ଦୁରା ବ୍ଲକ ଅନ୍ତର୍ଗତ ନା‌ରାଗାଁର ନାଥ ପେଣ୍ଠିଆଙ୍କ ନାତି ପ୍ରଫୁଲ୍ଲ ପେଣ୍ଠିଆ (୭) ଓ କାଉଡିଆଗୁଡା ଗ୍ରାମର ଦୈତାରୀ ପୂଜାରୀ (୪୦) ହୋଇଥିବା ବେଳେ ଅନ୍ୟ ଜଣେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସୋରିଷପଦର ଗାଁର ସାପୁରା ଜାମ୍ବେକା (୬୦) ବୋଲି ଜଣାପଡ଼ିଛି। ସେହିପରି ବଜ୍ରପାତରେ କୁନ୍ଦୁରା ବ୍ଲକରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର