ଆର.ଉଦୟଗିରି/ନୂଆଗଡ: ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତ୍ରଗତ ନୂଆଗଡ ଠାରୁ କେରେଡ଼ାଙ୍ଗ ରାସ୍ତାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେରେଡାଙ୍ଗ ଘାଟି ରାସ୍ତାରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳା ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ ଆହତ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଲୁକୋ ମଣ୍ଡଳ ଓ ଡିଲି କର।

Advertisment

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ ସମୟରେ ଆର.ଉଦୟଗିରି ଥାନା ଅନ୍ତର୍ଗତ କେରେଡାଙ୍ଗ ଘାଟି ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆଗଡ଼ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଏକ ପାହାଡ଼କୁ ପିଟି ହୋଇ ତଳକୁ ଖସି ପଡ଼ିବା ଫଳରେ ଘଟଣାସ୍ଥଳରେ ନୂଆଗଡ଼ ଗ୍ରାମର ଲୁକ ମଣ୍ଡଳଙ୍କ ମୃତୁ ହୋଇଯାଇଛି। ଡାକ୍ତଖାନାକୁ ନେବା ସମୟରେ ସେହି ଗ୍ରାମର ଡଲି କରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଟୋରେ ସବାର ହୋଇଥଇବା ଅନ୍ୟ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଖଜୁରୀପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ବେଳେ, ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଶିଶୁଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି। ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆର.ଉଦୟଗିରି ଓ ସେରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।