ରାଜଧାନୀରେ ଚାଞ୍ଚଲ୍ୟ: ୧୫ ମାସର ଶିଶୁକନ୍ୟା ସମେତ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ୧୫ ମାସର ଶିଶୁକନ୍ୟା ଥିବା ଜଣାଯାଇଛି। ଏଥିସହ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ବି ଠାବ ହୋଇଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ମୃତକମାନେ ହେଲେ ତୁଷାର ଜଗତପ, ସୁବିନ୍ୟା ଓ ନୀଲା । ତୁଷାରଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ରହିଛି। ସେ ଏକ ହୋଟେଲରେ କାମ କରନ୍ତି। ତାଙ୍କର ଜମିବାଡ଼ି ବିବାଦ ଥିଲା ବୋଲି କୁହାଯାଉଛି। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର