ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ପାଞ୍ଚଗୋଛିଆ ନିକଟରେ ବାଇକ୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ହୀରାକୁଦ କଦମପଡ଼ାର ପରମେଶ ପ୍ରସାଦ ରାଉତ ଓରଫ ପିଜୁସ ଓ ହଣ୍ଡାଲ୍କୋ କଲୋନିର ସନ୍ତୋଷ ନାଏକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ବୁର୍ଲା ଭିମ୍ସାର୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଶୁକ୍ରବାର ରାତି ୮ଟା ୩୦ ସମୟରେ ବରେଇପାଲିରୁ ଅଇଁଠାପାଲି ଆଡ଼କୁ ପିଜୁସ ଓ ସନ୍ତୋଷ ଏକ କେଟିଏମ୍ ବାଇକ୍(ଓଡି ୧୫ଟି ୯୦୮୭)ରେ ଆସୁଥିଲେ।
/sambad/media/post_attachments/wp-content/uploads/2022/10/WhatsApp-Image-2022-10-07-at-11.05.17-PM.jpeg)
ପାଞ୍ଚଗୋଛିଆ ନିକଟରେ ରାସ୍ତା ଅତିକ୍ରମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇ ଉଭୟ ଛିଟିକି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ପିଜୁସ ଓ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଭିମ୍ସାରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଉକ୍ତ ବାଇକ୍କୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/10-3.jpg)