ଦୁର୍ଘଟଣାରେ ଜଳିଗଲେ, ୩ ମୃତ

ରାଇରଙ୍ଗପୁର/ବିଶୋଇ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କଟାସ୍‌ ଛକରେ ଆଜି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣକ ଘର ବିଶୋଇ ବ୍ଲକ ଅନ୍ତର୍ଗତ ଏନ୍‌ବି ପୋଖରିଆ ପଞ୍ଚାୟତର ଘୋଡ଼ାବିନ୍ଧା ଗ୍ରାମରେ। ମାତ୍ର ସେମାନଙ୍କ ପରିଚୟ ମିଳି ପାରିନି। ସୂଚନା ଅନୁସାରେ, ସଂଧ୍ୟା ପ୍ରାୟ ୯ଟା ହେବ। ୪୯ ନମ୍ବର ଜାତୀୟ ରାଜପଥରେ ୩ ଜଣ ଗୋଟିଏ ବାଇକ୍‌ରେ ଯାଉଥିଲେ। ସେମାନଙ୍କୁ କଟାସ୍‌ ଛକରେ ଗୋଟିଏ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗାଡ଼ି ସେମାନଙ୍କୁ ଘୋଷାରି ନେବାରୁ ନିଆଁ ଲାଗି ବାଇକ୍‌ଟି ଜଳିଯାଇଥିଲା। ଆରୋହୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଛଟପଟ ହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବିଶୋଇ ମେଡିକାଲକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର