ବ୍ରହ୍ମପୁର : ଘରେ ନିଆଁ ଲାଗି ଗୋଟିଏ ପରିବାରର ୩ ମୃତ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଷଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ।
ସୂଚନାନୁସାରେ ସର୍ଟ ସର୍କିଟରୁ ଘରେ ନିଆଁ ଲାଗିଯିବାରୁ ବ୍ରହ୍ମପୁର କୋ-ଅପରେଟିଭ୍ ସୋସାଇଟି ବ୍ୟାଙ୍କର ସଭାପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ସଭାପତି ଅଲେଖ ଚୌଧୁରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନିଆଁ ଲାଗିିଥିବା ଘରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଏମାନେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/fire-1.jpg)