ବାଇକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ଆଠମଲ୍ଲିକ/ପାଇକସାହି : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପଟାପଥର ନିକଟରେ ରବିବାର ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଠାକୁରଗଡ଼ ଥାନା ପେଡ଼ିପଥର ଗ୍ରାମର କାଠି ଦଳେଇ(୨୨), ପରମାନନ୍ଦ ଦଳେଇ (୨୪) ଓ ସାନହୁଲା ପଞ୍ଚାୟତ ସିନ୍ଦୁରଖୋଲ ଗ୍ରାମର ରଣଜିତ ରାଉତ(୨୫)। ଦୁର୍ଘଟଣା କେତେବେଳେ ଓ କିପରି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଅଜଣା ଗାଡ଼ି ଧକ୍‌କାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରାୟ ୫ଘଣ୍ଟା କାଳ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର