ହାତୀ ଆକ୍ରମଣରେ ୩ ମୃତ

ବାରିପଦା/କୋଇଡ଼ା : ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣ ଯୋଗୁ ୩ଜଣ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍‌ ଜୋକା ପଞ୍ଚାୟତ ଅଧୀନ ଦିଗାରିଶୋଳ ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବୁଧିଆ ମୁଣ୍ଡା (୩୮) ଓ ଫୁଲମଣି ମୁଣ୍ଡା (୬୦)। ଗତକାଲି ସନ୍ଧ୍ୟାରେ ବୁଧିଆ ହାଟରୁ ସଉଦା କରି ଘରକୁ ଫେରୁଥିବାବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ସେ ଦୌଡ଼ିବାକୁ ଉଦ୍ୟତ ହେଲାବେଳେ ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି, ଫୁଲମଣି ଘରେ ଶୋଇଥିଲା ବେଳେ ଏକ ଦନ୍ତାହାତୀ ତାଙ୍କ ଘର ଉପରେ ଆକ୍ରମଣ କରିଥିଲା। ଫଳରେ ଝାଟିମାଟି ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ସହ ତା’ ତଳେ ପୋତି ହୋଇ ଯାଇଥିଲେ ଫୁଲମଣି।

ଅନ୍ୟପକ୍ଷରେ, କୋଇଡ଼ା ବନାଞ୍ଚଳ ଅଧୀନ ପାଟମୁଣ୍ଡା ପଞ୍ଚାୟତର ସାନ ପାଟୁଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସାନ ପାଟୁଳି ଗ୍ରାମର ନିରଞ୍ଜନ ନାଏକଙ୍କ ପତ୍ନୀ ବାସ ନାଏକ (୬୫) ।

ସମ୍ବନ୍ଧିତ ଖବର