ରାଜଧାନୀରେ ଅଧରାତିରେ ଦୁର୍ଘଟଣା, ୩ ମୃତ

ଭୁବନେଶ୍ୱର : ଆଜି ବିଳମ୍ବିତ ରାତିରେ ସତ୍‌ସଙ୍ଗ ବିହାର ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ଦେବାଶିଷ ମିଶ୍ର (୩୦), କୁମାର ଚନ୍ଦନ (୩୦) ଓ ପର୍ଶୁରାମ ହରିଚନ୍ଦନ (୩୦)। ଦେବାଶିଷ ଓ କୁମାରଙ୍କ ଘର ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ହୋଇଥିବା ବେଳେ ପର୍ଶୁରାମଙ୍କ ଘର ରସୁଲଗଡ଼ ଅଞ୍ଚଳରେ।

ଆଜି ଏହି ୩ ଜଣ ଜୟଦେବ ବିହାର ପଟୁ ଏକ କାର୍‌ରେ ଦ୍ରୁତ ଗତିରେ ରସୁଲଗଡ଼ ଆଡ଼କୁ ଯାଉଥିଲେ। ସତ୍‌ସଙ୍ଗ ବିହାର ନିକଟରେ କାର ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ର ଆଗପଟ ସଂପୂର୍ଣ୍ଣ ଚୂରମାର୍‌ ହୋଇଯିବା ସହ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସେହିପରି କାର୍‌ରେ ଲାଗିଥିବା ନିଆଁରେ ମଧ୍ୟ ମୃତକଙ୍କ ଶରୀରର କିଛି ଅଂଶ ପୋଡ଼ି ଯାଇଥିବା ଜଣାଯାଇଛି। ଖବର ପାଇ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

ସମ୍ବନ୍ଧିତ ଖବର