ଯକ୍ଷ୍ମା ଓ ଜଣ୍ଡିସ୍‌ରେ ୩ ମଲେ

କାଳିଆପାଣି : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକର କାଳିଆପାଣି ଅଞ୍ଚଳରେ ପ୍ରଦୂଷଣ ପାଇଁ ଅକାଳରେ ଝଡ଼ି ପଡୁଛି ଅନେକଙ୍କ ଜୀବନ। ଆଜି ଏହି ଅଞ୍ଚଳରେ ଯକ୍ଷ୍ମାରେ ଆକ୍ରାନ୍ତ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ କାମଳ ରୋଗରେ ଜଣକର ଜୀବନ ଯାଇଛି। ଯକ୍ଷ୍ମା ରୋଗରେ ମୃତ ଶ୍ରମିକ ଦୁଇଜଣ ହେଲେ ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣିର ଲୋଡିଂ ଶ୍ରମିକ ନକୁଳ ନାୟକ(୪୨) ଓ ଓଏମ୍‌ସିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଖଣି ଶ୍ରମିକ ଚନ୍ଦ୍ରମଣି ଦେହୁରୀ(୫୫)। ଓସ୍ତପାଳ ଖଣି ସମ୍ମୁଖ ଗୁରୁଜଙ୍ଗ ଗାଁର ଯକ୍ଷ୍ମା ରୋଗାକ୍ରାନ୍ତ ଚନ୍ଦ୍ରମଣି କିଛିଦିନ ହେଲା ଶଯ୍ୟାଶାୟୀ ଥିଲେ। ସେହିପରି ଅନ୍ୟତମ ମୃତକ ନକୁଳଙ୍କ ଘର ଟମକା ଥାନା ସମ୍ମୁଖ ପାଟବାଲି ଗାଁରେ। ସେହିପରି କାଳିଆପାଣି ଗାଁର ଖଣି ଶ୍ରମିକ ରାଜେନ୍ଦ୍ର ମହାନ୍ତଙ୍କ ପତ୍ନୀ କୁନି(୨୭) ଜଣ୍ଡିସ୍‌ ରୋଗରେ ଆଖି ବୁଜିଛନ୍ତି।

ସମ୍ବନ୍ଧିତ ଖବର