ଶାମାଖୁଣ୍ଟା : ବାରିପଦା ସଦର ଥାନା ଯୋଡ଼ିବାରୁ ପୁଚୁସାହି ନିକଟରେ ରବିବାର ଏକ ଟ୍ରକ୍‌ (ଓଡି୨୫-୦୯୩) ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ରବିବାର ମଧ୍ୟାହ୍ନରେ ନିକଟସ୍ଥ ବେସରପାଣି ଲୋଧାସାହିର କିଛି ଲୋକେ କେନ୍ଦୁଆ ପଞ୍ଚାୟତରୁ ରାସନ୍‌ ଚାଉଳ ନେଇ ଉକ୍ତ ଟ୍ରକ୍‌ରେ ବସି ଘରକୁ ଫେରୁଥିବା ସମୟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ ତଳେ ଚାପି ହୋଇ ଦ୍ବାରୀ ଭକ୍ତାଙ୍କ ପତ୍ନୀ ଜନି ଭକ୍ତା (୪୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦ୍ଵାରି ଭକ୍ତା (୫୫), ରାମଦାଶ ମାଝୀ (୧୪), ଲକ୍ଷ୍ମୀମଣି ସିଂ (୩୮), ଭୁତ ଟୁଡ଼ୁ (୨୫), ମହେଶ୍ୱର ମାଝୀ (୨୫) ଓ ସାନଭାଗୁ ମାଝୀ (୬୫) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସା‌ନଭାଗୁ ଓ ଦ୍ବାରିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ବାରିପଦା ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିଛି।