କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୁରୁବାର ରାତିରେ ଟିକିରି ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁ ପରେ ଭୟର ବାତାବରଣ ଖେଳି ଯାଇଛି। ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତ ହେଲେ ଟିକିରି ଝୋଡ଼ିଆ ସାହିର ସରୋଜନୀ ଝୋଡିଆ (୨୫), ରଜନୀ ଝୋଡ଼ିଆ(୧୨) ଓ ଅଞ୍ଜ ଝୋଡିଆ (୨୨)। ଗତ ସପ୍ତାହ ମଧ୍ୟରେ ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣଙ୍କ ଜୀବନ ଗଲାଣି।

Advertisment

୨୦ରୁ ଉର୍ଦ୍ଧ୍ବ କାଶୀପୁର, ଟିକିରି ସମେତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

କାଶୀପୁର ବ୍ଳକ ଡୁଡୁକାବାହଲ ପଞ୍ଚାୟତ ସଦରରେ ସବିତା ନାୟକ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଆଉ ୫ଜଣ ଆକ୍ରାନ୍ତ ଅଛନ୍ତି। ଶଙ୍କରଡ଼ା ପଞ୍ଚାୟତର ଗୋରିଘାଟି ଗ୍ରାମରେ ୪ଜଣ , ମାଇକଞ୍ଚ ପଞ୍ଚାୟତର କାକିରିପଦର ଗ୍ରାମର ଦୁଇଜଣ ଓ ଟିକିରି ସ୍ଥିତ ବନ୍ଧସାହିର ଜଣେ ଏପରି ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏନେଇ ରାୟଗଡ଼ା ସିଡିଏମଓ ଅବଗତ ନାହାନ୍ତି। ସେ ଭୁବନେଶ୍ୱରରୁ ଆଜି ଫେରିଛନ୍ତି। ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ସିଡିଏମଓ।