ପୁରୀରେ ଟୁରିଷ୍ଟ ବସ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ

ପୁରୀ: ପୁରୀ ମଙ୍ଗଳାଘାଟ ଷ୍ଟଲିଂ ଛକ ବାଇପାସ୍‌ ରାସ୍ତାର ଓମ୍‌କାରେଶ୍ବର ମନ୍ଦିର ସମ୍ମୁଖରେ ଏକ ବସ୍‌ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ପୁରୀରେ ଆଜି ଏକ ଟୁରିଷ୍ଟ ବସରେ ଗଞ୍ଜାମ ଛତ୍ରପୁରର ସତ୍ୟ ନିରଞ୍ଜନ ଦାଶ((୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାଶ(୫୦)ଙ୍କ ସହ ପୁରୀ ମଙ୍ଗଳାଘାଟର ରାକେଶ ନନ୍ଦ(୨୦)ଙ୍କୁ ଧକ୍କା ଦେଇଥିଲା | ଆଉ ଘଟଣାସ୍ଥଳରେ ହିଁ ଏମାନଙ୍କ ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର