ବାଇକ୍ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର: କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଅପେରା ଦେଖି ବାଇକରେ ଘରକୁ ଫେରୁଥିବା ସମୟରେ ଗୟଳମୁଣ୍ଡା ନିକଟରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ଦୁଇ ମୃତକ ହେଲେ ବିଜୁ ବାଦ୍ରା(୨୭) ଓ ଦାମୋଦର ଲିଆଙ୍ଗି (୨୨)। ଏହାଛଡ଼ା ଧକୋଠାଠାରେ ସେହିଭଳି ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସଇଲଙ୍ଗର ସଂଗ୍ରାମ ମୁଦୁଲି (୨୯)। ଏସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର