ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି | ଏହି ତିନି ଜଣଙ୍କୁ ମିଶାଇ ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଂଚିଛି | ଏହି ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ ଏ ପର୍ଯ୍ୟନ୍ତ ୪୬ ଜଣଙ୍କର ଜୀବନ ଯାଇଥିବାବେଳେ ୩ ଜଣଙ୍କର ଅନ୍ୟାନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି | ସେହିପରି ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ରେ ପହଂଚିଥିବାବେଳେ ୬ ଜଣଙ୍କର ମୃତ୍ୟୁ ଅନ୍ୟାନ୍ୟ ରୋଗ କାରଣରୁ ହୋଇଛି | ସେହିପରି ଆଜି ରାଜ୍ୟରେ ୬୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |
ଆଜି ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ ୨୦୭ ଟି ଲୋକାଲ କେସ ବୋଲି ଜଣାପଡିଛି | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪ ଜଣ, ବାଲେଶ୍ୱରରୁ ୬୧ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୧୬ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୨୮୬ ଜଣ, ଜଗତସିଂହପୁରରୁ ୨୬ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡାରୁ ୯ ଜଣ, କେଉଁଝରରୁ ୫ ଜଣ, ଖୋର୍ଦ୍ଧାରୁ ୧୦୭ ଜଣ, କୋରାପୁଟରୁ ଜଣେ, ମାଲକାନଗିରିରୁ ୧୩ ଜଣ. ମୟୁରଭଞ୍ଜରୁ ୨୧ ଜଣ, ନୟାଗଡ଼ରୁ ୧୫ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ବୋଲି ଜଣାପଡିଛି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୪୮୯୮ ରେ ପହଂଚିଥିବାବେଳେ ୯୮୬୪ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୪୯୩୩ ଟି ସକ୍ରିୟ ମାମଲା ରହିଛି |