ବୋୖଦ୍ଧ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନିଜଣଙ୍କର ମୃତ୍ୟୁ | ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ମତେ ଆଜି ସକାଳ ସମୟରେ ସୁଶୀଲ ବେହେରା(୨୧), ସୁକାନ୍ତି ବେହେରା(୩୦), ସୋହନ ବେହେରା (୧୧) ଶୋଇଥିବା ବେଳେ କୋଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।
ସୁଶୀଲ ଓ ସୁକାନ୍ତି ସମ୍ପର୍କରେ ଦିଅର-ଭାଉଜ ହୋଇଥିବାବେଳେ ସୋହନ ସୁକାନ୍ତିଙ୍କ ପୁଅ ବୋଲି ଜଣାପଡିଛି | ବିଦ୍ୟୁତ ଆଘାତରେ ଏହି ତିନିଜଣ ଆସିବା ପରେ ପରିବାରର ଅନ୍ୟ ସଦସ୍ୟ ୧୦୮ ଆମ୍ବୁଲାନ୍ସ ଯୋଗେ ତିନିଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ମେଡ଼ିକାଲ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ହରଭଙ୍ଗା ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/electric-shock.jpg)