ବୁର୍ଲା ମେଡିକାଲରେ ୩ ଡାକ୍ତରଙ୍କ ସମେତ ୩ ନର୍ସ କରୋନା ପଜିଟିଭ

ସମ୍ବଲପୁର: ବୁର୍ଲା ମେଡିକାଲରେ ୬ କରୋନା ଯୋଦ୍ଧା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତର ଥିବା ବେଳେ ୩ ଜଣ ନର୍ସ ଅଛନ୍ତି । ୫୦ରୁ ଅଧିକ କ୍ୱାରେନଟିନରେ ଗଲେଣି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ଅଧିକ ଥିବା ଭିମସାର ନିର୍ଦ୍ଦେଶକ ଲଳିତ ମେହେର କହିଛନ୍ତି । ଏବେ ଭିମସାର ଓପିଡି ବନ୍ଦ ରହିଛି । କେବେଳ ଗୁୁରୁତର ରୋଗୀଙ୍କ ଚିକିତ୍ସା ଚାଲିଛି । ଆସନ୍ତା ୧୯ ତାରିଖ ଯାଏ ଓପିଡି ବନ୍ଦ ରହିବ । ଭୀମସାରରେ ରୋଗୀ ଓ କରୋନା ଯୋଦ୍ଧା ସଂକ୍ରମିତ ହେବା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଳା ପ୍ରଶାସନ । ତେବେ ଏହା ସହ ହସ୍ପିଟାଲ ପରିସରରେ ରୋଗୀ, ଆଟେଣ୍ଡାଂଡ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ତେବେ ଏହି କଟକଣା ଭିତରେ କେବେଳ ଆପତିକାଳୀନ ଓ ଜରୁରୀ ସେବା ଦିଆଯିବ ।ସେପଟେ, ରାଜ୍ୟରେ ଆଜି ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୧୧ ଓ ଲୋକାଲ କଂଟାକ୍ଟ ୨୦୭ ଜଣ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୯୮ରେ ପହଚିଂଛି । ସେହିପରି ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଗଂଜାମରୁ ଜଣେ ଭୁବନେଶ୍ୱରର ଅଛନ୍ତି ।

ଗଂଜାମରେ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୦୭ ଜଣ, ଜଗତସିଂହପୁରରୁ ୨୬,ବାଲେଶ୍ୱରରୁ ୬୧, କଟକରୁ ୧୬, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୧୦, ନୟାଗଡରୁ ୧୫, ଅନୁଗୁଳରୁ ୧୪,ମୟୁରଭଂଜରୁ ୨୧, କେନ୍ଦ୍ରାପଡାରୁ ୯ ଜର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା,କୋରାପୁଟ, ରାୟଗଡା,ଝାରସୁଗୁଡା,କୋରାପୁଟ ଓ ରାୟଗଡାରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର,ବୌଦ୍ଧ,ଢେଙ୍କାନାଳରୁ ୨ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର