ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଖର୍ସେଲ ପଂଚାୟତ ଅନ୍ତର୍ଗତ ରେବଡି ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ଅଜା କପୁରଚନ୍ଦ ପୁଞ୍ଜି (୬୦) ଓ ନାତି ବବଲୁ (୪) ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟାରେ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା।

Advertisment

ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସୁଲଣ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ିଯାଇ କୁଳମଣି ମଲ୍ଲିକ ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ବଳଭଦ୍ରପୁର ଗ୍ରାମର ଅନନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ। କୁଳମଣି ଆଜି ଗ୍ରାମର ଦୁଇଜଣ ସାଙ୍ଗଙ୍କ ସହ ପୋଖରୀରେ ଗାଧୋଇବାବେଳେ ବୁଡ଼ି ଯାଇଥିଲେ।